Sahityapedia
Sign in
Home
Search
Dashboard
Notifications
Settings
2 May 2024 · 2 min read

ସାର୍ଥକ ଜୀବନ ସୁତ୍ର

ସାର୍ଥକ ଜୀବନ ସଂଜ୍ଞା ନିରୂପଣ

ହୃଦୟଙ୍ଗମ ପୂର୍ବରୁ

ବ୍ୟର୍ଥ ଭାବେ ସମୟ ଅତିବାହିତ

ପୂର୍ଣ୍ଣ ଜ୍ଞାନ ଅଭାବରୁ

ଅନ୍ୟର ମୁଖରେ ହସ ଫୁଟାଇବା

ଏକ ମହତ ଭାବନା

ଦୁଃଖୀ,ରୋଗୀ,ଅସହାୟଙ୍କୁ ସହାୟ

ନୁହେଁ ଏ ବ୍ୟର୍ଥ ଯୋଜନା

ହୃଦୟରେ ଅନ୍ୟକୁ ଆପଣା ଭାବି

ଆପଣାଇ ନେଲେ ନିଜେ

ନିଜର ଅସ୍ତିତ୍ବ ସହ ପରିଚୟ

ଦୁନିଆ ହେବ ସହଜେ

ପରୋପକାର ଓ ସେବା ମନୋବୃତ୍ତି

ଭାବ ଥିଲେ ହୃଦୟରେ

ମରି ବି ଅମର ହୋଇବ ଜୀବନ

ଶ୍ରଦ୍ଧା ଭାବ ସହକାରେ

କୋଇଲିର ରୂପ ପ୍ରାୟ କଳା ରଙ୍ଗ

ସ୍ୱରରେ ଅମୃତ ଝରେ

ଅମୃତ ଝରାଇ ଜନ ମନ ମୋହି

ପରିଚିତ ଏ ଧରାରେ

ଜନ ସାଧାରଣ ପ୍ରତିନିଧି ହେବା

ଭାବନା ଯଦି ମନରେ

ସର୍ବ ସାଧାରଣ କଲ୍ୟାଣ ସାଧନ

ବିଧେୟ ସେହି କ୍ରମରେ ।

ଛନ୍ଦି ହୋଇ ମୋହ ମାୟାରେ ଜୀବନ

ବିଚଳିତ ହୁଏ ମନ

ଭୌତିକ ସୁଖ ଓ ଲାଳସା ସହିତ

ଅର୍ଥ ଉପାର୍ଜନେ ମଗ୍ନ

ଏ ଧରାରେ ପାଦ ଦେବା ସମୟରେ

ଥାଏ ଉଲଗ୍ନ ଶରୀର

ବିଦାୟ ସମୟ ସେହି ପ୍ରକାରର

ଧରାରେ ମିଶେ ଶରୀର

ଜୀବନରେ ମୃତ୍ୟୁ ଅଟେ ଅନିବାର୍ଯ୍ୟ

ତଥାପି ବୁଝେନି ମନ

ସତେ ଅବା ହୋଇ ରହିବ ଅମର

ମାୟାରେ ମୋହିତ ମନ ।

ଶୈଶବ ରେ ସାଙ୍ଗ ସାଥୀ ଚପଳାମି

ବିତିଲା ଖେଳରେ ଦିନ

ଖେଳରେ ଖେଳରେ ସାଥିଙ୍କ ମେଳରେ

ଆନନ୍ଦିତ ହେଲା ମନ

ଯୁବା ବୟସରେ ପ୍ରେମ ମହକ ରେ

ମନ ଖୋଜେ ନୂଆ ମନ

ନୂଆ ସାଥୀ ଖୋଜି ସଂସାର ବନ୍ଧନେ

ବାନ୍ଧି ହୋଇ ରହେ ମନ

ଅର୍ଥ ଯଶ ସମ୍ମାନ ଆଶାରେ ମନ

ଦିନରାତି ଚିନ୍ତା ମଗ୍ନ

ବାର୍ଦ୍ଧକ୍ୟ ର ଦ୍ଵାର ଦେଶେ ଉପନୀତ

କ୍ଷୀଣ ଦେହେ ଥକା ମନ

କେଉଁ ମୁହୂର୍ତ୍ତରେ ପ୍ରାଣବାୟୁ ଛାଡ଼ି

ଚାଲିଯିବ ଏ ଘଟରୁ

କିଛି ଯିବ ନାହିଁ ସାଥେ ସାଥୀ ହୋଇ

ଭୁଲି ନ ଯାଉ ମନରୁ ।

ପ୍ରତ୍ୟେକ ମୁହୂର୍ତ୍ତ ଅତି ମୂଲ୍ୟବାନ

ଶ୍ରାବଣେ ଅବା ଫଗୁଣେ

ବୁଦ୍ଧି ବିବେକ ଜ୍ଞାନ ପ୍ରୟୋଗର

ଆବଶ୍ୟକ ପ୍ରତି କ୍ଷଣେ

ଆତ୍ମ ସଞ୍ଜମ ଓ ଶୃଙ୍ଖଳିତ ପଥେ

ପ୍ରାପ୍ତ ଚାରି ପରମାର୍ଥ

ଧର୍ମ,ଅର୍ଥ,କାମ,ମୋକ୍ଷ ସହିତରେ

ଜୀବନ ଲଭେ କୃତାର୍ଥ

ହେଲେ ହେଉ ବିପରୀତ ପରିସ୍ଥିତି

ହୃଦୟ ଥିଲେ ପ୍ରଶାନ୍ତ

ପ୍ରତିବନ୍ଧକ ସମ ଦିଗ୍ ବଳୟକୁ

କରି ହେବ ପ୍ରତିହତ

ଜୀବନର ଚଲା ପଥେ ବାଧାବିଘ୍ନ

ପ୍ରତି ଟି ପଦକ୍ଷେପରେ

ଧୈର୍ଯ୍ୟ ଓ ସାହସ ସହ ମୁକାବିଲା

ଲକ୍ଷ୍ୟ ସାଧନ ଅଚିରେ

ସ୍ବାର୍ଥ କ୍ଷଣସ୍ଥାୟୀ ପାଣି ପାଗ ସମ

ସୁଖ ବି ସେହି କ୍ରମରେ

ଉଜ୍ଜ୍ୱଳ ଆଲୋକ ବିନା ଦିନ ଭ୍ରମ

ମନ ମୋହିତ ଭ୍ରମ ରେ

ମୋହ ମାୟା ଧନ ସମ୍ପଦ ଜାଲରେ

ଭୌତିକ ସୁଖ କେବଳ

ନିଜ ସ୍ବାର୍ଥ ସୁଖ ନିଜ ସ୍ବାର୍ଥ ଚିନ୍ତା

ନିଜ ସ୍ବାର୍ଥରେ ସଫଳ ।

ତନ ସହ ମନ ମିଶିବ ଧରାରେ

ନାମ ବି ଉଭେଇ ଯିବ

ମାତ୍ର ମାନ ଯଶ କୀର୍ତ୍ତି ଓ ସମ୍ମାନ

ଅକ୍ଷୁର୍ଣ୍ଣ ହୋଇ ରହିବ

ବଞ୍ଚିଥିଲେ ତନ ମୋର ମନ ମୋର

ସବୁ କହୁ ମୋର ମୋର

ଧନ ସମ୍ପଦ ନିନ୍ଦା ଅପବାଦ ସବୁ

ରହିବ ନାମ ପଛର

ମନ ନିୟନ୍ତ୍ରଣ ସହ ଖୁସି ରହୁ

ଜୀବନର ଚଲାପଥ

ଦୁର୍ଲ୍ଲଭ ଜୀବନ ସାର୍ଥକ ସାକ୍ଷାତେ

ଭେଟ ହେଲେ ପରମାର୍ଥ

ପରୋପକାର ସେବା ଓ ଦାନ ପୁଣ୍ୟ

ମନ ମଧ୍ୟେ ସଦା ରହୁ

ସୁକର୍ମ ସହିତ ସୁନାମ ଅର୍ଜ୍ଜନେ

ମନ ନିୟୋଜିତ ହେଉ

ଅର୍ଜ୍ଜୁନ ସମାନ ଦର୍ଶନ ଭାବନା

ଏକଲବ୍ୟ ପରି ଧ୍ୟାନ

ଅଭିମନ୍ୟୁ ପରି ଜ୍ଞାନ ଓ ସାହସ

ବଳରେ ଜୀବନ ଧନ୍ୟ ।

Language: Odia
1 Like · 169 Views
📢 Stay Updated with Sahityapedia!
Join our official announcements group on WhatsApp to receive all the major updates from Sahityapedia directly on your phone.

You may also like these posts

मेरी नाकामियों का ज़श्न मानते है लोग ।
मेरी नाकामियों का ज़श्न मानते है लोग ।
विवेक दुबे "निश्चल"
गांव सदाबहार
गांव सदाबहार
C S Santoshi
लड़की को लड़ना होगा
लड़की को लड़ना होगा
Ghanshyam Poddar
स्त्री: : अनकही कहानी
स्त्री: : अनकही कहानी
Ami
सफर की यादें
सफर की यादें
Pratibha Pandey
"यहाॅं हर चीज़ का किराया लगता है"
Ajit Kumar "Karn"
डिप्रेशन कोई मज़ाक नहीं है मेरे दोस्तों,
डिप्रेशन कोई मज़ाक नहीं है मेरे दोस्तों,
डॉ. शशांक शर्मा "रईस"
"आशा मन की"
।।"प्रकाश" पंकज।।
*मन में शुचिता लेकर पूजो, विद्या की देवी माता को (राधेश्यामी
*मन में शुचिता लेकर पूजो, विद्या की देवी माता को (राधेश्यामी
Ravi Prakash
मुसलसल छोड़ देता हूं
मुसलसल छोड़ देता हूं
पूर्वार्थ
आधुनिक समाज …..
आधुनिक समाज …..
sushil sarna
प्रार्थना- मन के सच्चे हम सब बालक -रचनाकार अरविंद भारद्वाज
प्रार्थना- मन के सच्चे हम सब बालक -रचनाकार अरविंद भारद्वाज
अरविंद भारद्वाज
ये बच्चे!!
ये बच्चे!!
meenu yadav
वायदे के बाद भी
वायदे के बाद भी
Atul "Krishn"
*विरोधाभास*
*विरोधाभास*
Pallavi Mishra
आखिरी अल्फाजों में कहा था उसने बहुत मिलेंगें तेरे जैसे
आखिरी अल्फाजों में कहा था उसने बहुत मिलेंगें तेरे जैसे
शिव प्रताप लोधी
किसी अनमोल वस्तु का कोई तो मोल समझेगा
किसी अनमोल वस्तु का कोई तो मोल समझेगा
दीपक बवेजा सरल
" अब "
Dr. Kishan tandon kranti
एक लडक़ी की कहानी (पार्ट 2)
एक लडक़ी की कहानी (पार्ट 2)
MEENU SHARMA
जीवन में बहुत कुछ फितरत और अपनी ख्वाहिश के खिलाफ करना पड़ता ह
जीवन में बहुत कुछ फितरत और अपनी ख्वाहिश के खिलाफ करना पड़ता ह
Raju Gajbhiye
हमारा नमन
हमारा नमन
Mahesh Tiwari 'Ayan'
🙅प्रभात चिंतन🙅
🙅प्रभात चिंतन🙅
*प्रणय प्रभात*
नर तन में जतन
नर तन में जतन
ओमप्रकाश भारती *ओम्*
पितृ पक्ष व् तर्पण।
पितृ पक्ष व् तर्पण।
Shashi kala vyas
संगीत में मरते हुए को भी जीवित करने की क्षमता होती है।
संगीत में मरते हुए को भी जीवित करने की क्षमता होती है।
Rj Anand Prajapati
कोरोना आपदा
कोरोना आपदा
Khajan Singh Nain
4047.💐 *पूर्णिका* 💐
4047.💐 *पूर्णिका* 💐
Dr.Khedu Bharti
मेरी बातें दिल से न लगाया कर
मेरी बातें दिल से न लगाया कर
Manoj Mahato
देशभक्ति कविता
देशभक्ति कविता
Suman (Aditi Angel 🧚🏻)
क्या यही कारण है दूर जाने का?
क्या यही कारण है दूर जाने का?
Mahesh Ojha
Loading...