Sahityapedia
Sign in
Home
Search
Dashboard
Notifications
Settings
2 May 2024 · 2 min read

ଅତିଥି ର ବାସ୍ତବତା

ଭାରତୀୟ ସଂସ୍କୃତି ଓ ପରମ୍ପରା

ଅଟେ ସମ୍ପୂର୍ଣ୍ଣ ନିଆରା

ଅତିଥିଙ୍କୁ ଭଗବାନର ମାନ୍ୟତା

ଏକ ଶୁଦ୍ଧ ଚିନ୍ତାଧାରା

ଅତିଥି ଙ୍କୁ ଶ୍ରଦ୍ଧା ପୂର୍ବକ ସକ୍ତାର

ଏକ ଉତ୍ତମ ସଂସ୍କାର

“ଅତିଥି ଦେବୋ ଭବ” ଉକ୍ତି କଥନ

ପ୍ରତି ଭାରତୀୟଙ୍କ ର

ଭାରତର ପର୍ଯ୍ୟଟନ ବିଭାଗରେ

ପ୍ରତିବିମ୍ବିତ ହୋଇଛି

“ଅତିଥି ଦେବୋ ଭବ” ସ୍ଲୋଗାନ ସହ

ଭାବ ଫୁଟି ରହି ଅଛି ।

ପୁରାତନ ସମୟରେ ଯୋଗାଯୋଗ

ମାଧ୍ୟମ ନ ଥିଲା ଦୃତ

ଭାବର ଆଦାନ ପ୍ରଦାନ ନିମନ୍ତେ

ସାକ୍ଷାତ ପରେ ନିଶ୍ଚିତ

କେଉଁ ମୁହୂର୍ତ୍ତରେ ଆସିବେ ଅତିଥି

ପ୍ରାୟ ଜଣା ଯାଏ ନାହିଁ

ଅକସ୍ମାତ ଅତିଥିଙ୍କ ଆବିର୍ଭାବ

ଆଶ୍ଚର୍ଯ୍ୟ ପ୍ରତ୍ୟୟ ହୋଇ

ଯାହାଙ୍କର ଆଗମନ ତିଥି ବିନା

ସେ ହେଉଛନ୍ତି ଅତିଥି

ବିନା ସୂଚନା ଅବା ନିମନ୍ତ୍ରଣ ରେ

ଅତିଥି ସହିତ ତିଥି

ବନ୍ଧୁ ସୁଦାମାଙ୍କ ଅତିଥି ସକ୍ତାର

ଶ୍ରୀକୃଷ୍ଣ କଲେ ଯେପରି

ଯୁଗ ଯୁଗ ପାଇଁ ଆଦର୍ଶ ସ୍ବରୂପ

ଆତିଥ୍ୟତା ସର୍ବୋପରି

ଅତିଥିଙ୍କୁ ଦେଖୁ ଦେଖୁ ଅବା ଶୁଣି

ଘରକୁ ପାଛୋଟି ଆଣିବା

ରହିବା ଖାଇବା ପିନ୍ଧିବା ବ୍ୟବସ୍ଥା

ଦେବତା ପରି ମଣିବା

ମନ ଖୋଲା କଥା ଭାବ ଦିଆନିଆ

ଅତିଥି ସହ ସମୟ

ବିଦାୟ ନେବା ପର୍ଯ୍ୟନ୍ତ ପାଖ ପାଖ

ରହିବା ଭବ୍ୟ ବିଧେୟ ।

ଭାଗବତରେ ବି ଉଲ୍ଲେଖ ରହିଛି

ଅତିଥି କେତେ ମହାନ

ଯେଉଁ ଗୃହେ ଅତିଥିଙ୍କ ଆଗମନ

ମଣ ବିଷ୍ଣୁଙ୍କ ସମାନ

ଯଦି ଘର ଠାରୁ ଅତିଥି ବାହୁଡେ

ଆଦର ଶ୍ରଦ୍ଧା ବିହୁନେ

ପ୍ରେତ ମୁଖେ ହୁଅନ୍ତି ପତିତ ସର୍ବେ

ସେ ଘର ର ପ୍ରାଣୀ ମାନେ ।

ଅତିଥି ସକ୍ତାର ଭିନ୍ନ ଭିନ୍ନ ଶୈଳୀ

ଥିଲା ଏହି ସମାଜରେ

ବୟୋଜ୍ୟେଷ୍ଠ ଗୁରୁଜନ ଅତିଥିଙ୍କ

ପାଦ ଧୌତ ପିଢ଼ା ପରେ

ଚନ୍ଦନ ସିନ୍ଦୂର ଚାଉଳ ଲଗାଇ

ଅତିଥିଙ୍କ କପାଳରେ

ହସ ହସ ମୁଖେ ସ୍ବାଗତ ସହିତ

ଗୃହକୁ ପ୍ରବେଶ କରେ

ସାଧୁ ସନ୍ଥଙ୍କୁ ଅତିଥି ରୂପରେ ଦେଖି

ବେଦ ପାଠ ଶଙ୍ଖ ଧ୍ଵନି

ନେତା ଶ୍ରେଣୀୟ ସମ୍ମାନିତ ଅତିଥିଙ୍କୁ

ହାତେ ଫୁଲ ମାଳ ଘେନି

ସାଲ୍ୟୁଟ,ଆଲିଙ୍ଗନ ଓ କରତାଳି

ଅତିଥି ଦେଖି ମଞ୍ଚରେ

ଯୋଡ଼-ହସ୍ତ ପ୍ରମୁଖ ମାଧ୍ୟମ ଥିଲା

ଅତିଥିଙ୍କ ସକ୍ତାର ରେ ।

ଅତିଥି ହେବା କିମ୍ବା ଅତିଥି ଆସିଲେ

ଆଜିକାଲି ଉପହାର

ସମ୍ପର୍କର ନିବିଡ଼ତା ଆଢ଼ୁଆଳେ

ପ୍ରାୟ ହୁଏ କାରବାର

ସଭ୍ୟତାର ବିକାଶ ଧାରା ପ୍ରବାହ

ହେଉଅଛି ସମାଜରେ

ଆଧୁନିକ ସମାଜରେ ଦୃତ ଗତି

ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ

ଅତିଥି ଆସିବା ବା ନିଜେ ଅତିଥି

ରୂପରେ ଉପସ୍ଥାପନା

ସବୁ ଚାଲୁ ରହିଅଛି ସଭ୍ୟ ସମାଜରେ

ଦେବତା ଭାବନା ବିନା

ଆଧୁନିକତାର ଚାକ-ଚକ୍ୟ ପରେ

ଅତିଥି ଭାବ ବିବର୍ଜ୍ଜିତ

ବସୁଧୈବ କୁଟୁମ୍ବକମ୍ ପ୍ରବାଦ

ମାତ୍ର ହୁଏ ଉଚ୍ଚାରିତ ।

ଦୁଇ ହାତ ପାପୁଲି ମିଶାଇ ରଖି

ମୁଣ୍ଡ ସାମାନ୍ୟ ନୁଆଇଁ

ପ୍ରାୟ ଅତିଥିଙ୍କୁ ସ୍ଵାଗତ ହେଉଛି

ପରମ୍ପରା ଅଛି ରହି

ଆନ୍ତରିକତା ଅବା ମାନବିକତା

ଲୋପ ହୋଇଛି ସମ୍ପୂର୍ଣ୍ଣ

ଲୋକ ଦେଖାଣିଆ ଭାବନା ଭିତରେ

ବନ୍ଧା ଅତିଥି ଜୀବନ

ବ୍ୟସ୍ତତା ଭିତରେ ମଣିଷ ଜୀବନ

ନିଜ ସ୍ବାର୍ଥ ନିଜ କଥା

ଅତିଥି ଅଲୋଡ଼ା ପ୍ରତ୍ୟୟ ପ୍ରାୟତଃ

ହଜି ଅଛି ବାସ୍ତବତା ।

Language: Odia
2 Likes · 207 Views
📢 Stay Updated with Sahityapedia!
Join our official announcements group on WhatsApp to receive all the major updates from Sahityapedia directly on your phone.

You may also like these posts

*मन की आवाज़*
*मन की आवाज़*
Dr. Vaishali Verma
बदलाव जरूरी है
बदलाव जरूरी है
Surinder blackpen
समय की बहती धारा में
समय की बहती धारा में
Chitra Bisht
"समझा करो"
ओसमणी साहू 'ओश'
इक सांस तेरी, इक सांस मेरी,
इक सांस तेरी, इक सांस मेरी,
डॉ. शशांक शर्मा "रईस"
Teacher (गुरु मां)
Teacher (गुरु मां)
Sneha Singh
मेरी खामोशी
मेरी खामोशी
Sudhir srivastava
जो श्रम में अव्वल निकलेगा
जो श्रम में अव्वल निकलेगा
Anis Shah
विचार
विचार
अनिल कुमार गुप्ता 'अंजुम'
एक तेरा दिल
एक तेरा दिल
Lekh Raj Chauhan
आप और हम जीवन के सच ..........एक प्रयास
आप और हम जीवन के सच ..........एक प्रयास
Neeraj Kumar Agarwal
🙅🤦आसान नहीं होता
🙅🤦आसान नहीं होता
डॉ० रोहित कौशिक
धरा स्वर्ण होइ जाय
धरा स्वर्ण होइ जाय
Dr. Ramesh Kumar Nirmesh
चुनाव के खेल
चुनाव के खेल
डॉ विजय कुमार कन्नौजे
कुछ सुंदर-सा कूड़ा होगा (बाल कविता)
कुछ सुंदर-सा कूड़ा होगा (बाल कविता)
Ravi Prakash
डाक बांटने काग
डाक बांटने काग
RAMESH SHARMA
सेहत और जीवन
सेहत और जीवन
विजय कुमार अग्रवाल
हे ! निराकार रूप के देवता
हे ! निराकार रूप के देवता
Buddha Prakash
सुन लिया करो दिल की आवाज को,
सुन लिया करो दिल की आवाज को,
Manisha Wandhare
मकरसंक्रांति
मकरसंक्रांति
Dr Archana Gupta
अपना  निर्णय  आप  करो।
अपना निर्णय आप करो।
रामनाथ साहू 'ननकी' (छ.ग.)
ऐसा लगता है कि शोक सभा में, नकली आँसू बहा रहे हैं
ऐसा लगता है कि शोक सभा में, नकली आँसू बहा रहे हैं
Shweta Soni
सीता स्वयंवर (सखी वार्ता)
सीता स्वयंवर (सखी वार्ता)
guru saxena
खुशनसीब
खुशनसीब
Bodhisatva kastooriya
उन बातों को अब सहा नहीं जाता
उन बातों को अब सहा नहीं जाता
Jyoti Roshni
जीवन का बस यही फसाना ,
जीवन का बस यही फसाना ,
Karuna Goswami
भाईचारा
भाईचारा
ARVIND KUMAR GIRI
पाते हैं आशीष जो,
पाते हैं आशीष जो,
sushil sarna
गोंडवाना गोटूल
गोंडवाना गोटूल
GOVIND UIKEY
"सर्व धर्म समभाव"
Dr. Asha Kumar Rastogi M.D.(Medicine),DTCD
Loading...