ସଦାଚାର
ଉତ୍ତମ ମନୋବୃତ୍ତିଧାରୀ ବ୍ୟକ୍ତିତ୍ଵ
ସଦଚାରୀ ଭାବେ ଗଣା
ସଦାଚାରୀ ବ୍ୟକ୍ତି ସର୍ବଦା ପ୍ରସନ୍ନ
ହୃଦୟେ ସ୍ୱଚ୍ଛ ଭାବନା
ସଚ୍ଚରିତ୍ର ସୁଆଚରଣ ସହିତ
ସାଧୁ ଉଦ୍ୟମ ବଳରେ
ପ୍ରକଟିତ ହୁଏ ସଂସ୍କୃତି ର ଛାପ
ମଣିଷ ମନୋଭାବରେ
ସୁସଂହତ ଆଚରଣ ସହିତରେ
ସଂସ୍କୃତି ର ପ୍ରକାଶିତ
ସଂସ୍କୃତି ଅଟଇ ଅଳଙ୍କାର ସମ
ମଣିଷ ସ୍ବଭାବ ଗତ
ମଣିଷ ଜୀବନ ଜଟିଳ ବ୍ୟାପକ
ପୁଣି ବିଚିତ୍ର ଚରିତ୍ର
ଆଚରଣ ଉଚ୍ଚାରଣ ସହଯୋଗେ
ସଂସ୍କୃତି ପରିସ୍ଫୁଟିତ
ଇନ୍ଦ୍ରିୟ ର ବଶ ନ ହୋଇ କଦାପି
ବରଂ କଲେ ବଶୀଭୂତ
ଷଡ ରିପୁ ସହ ଇନ୍ଦ୍ରିୟ ଦମନ
ସଦାଚାର ପାଇଁ ହିତ
ହିଂସା ଈର୍ଷା ଘୃଣା ମନୋଭାବ ଦ୍ଵାରା
ବିପଥଗାମୀ ସୂଚନା
ଦୟା କ୍ଷମା ସତ୍ୟ ଅହିଂସା ବଳରେ
ସଦାଚାର ର ପ୍ରେରଣା
ସଂସାରେ ଯେପରି ଜ୍ଞାନୀ ବ୍ୟକ୍ତି ନିଜ
ଲକ୍ଷଣ ପ୍ରକାଶ କରେ
ଅଜ୍ଞାନୀ ମଣିଷ ନିଜ ପରିଚୟ
ଅଜ୍ଞତା ଆକାରେ କରେ
ସଦାଚାର ଓ ସଂସ୍କାର ସହଯୋଗେ
ସମସ୍ୟାର ସମାଧାନ
ପ୍ରକୃତ ଜ୍ଞାନୀ ର ପରିଚୟ ମୂଳେ
ସଦାଚାର ର ଲକ୍ଷଣ
ଶାସ୍ତ୍ର ଅନୁଯାୟୀ ଆଚାର ବିଚାର
ଲକ୍ଷ୍ମୀ ପଣ୍ଡିତଙ୍କ ନୀତି
ସଦାଚାର ଗୁଣ ଉତ୍ତମ ଦର୍ଶନ
ଜୀବନରେ ମିଳେ ଶାନ୍ତି
ବ୍ୟକ୍ତିତ୍ଵ ସହିତ ସଦାଚାର ସଦା
ନିବିଡ ଭାବେ ଜଡ଼ିତ
ଜୀବନ ନାଟକେ ପ୍ରତି ଅଭିନୟ
ଆଚାର ବିଚାର ଗତ
ଉତ୍ତମ ବ୍ୟକ୍ତିତ୍ଵ ରହେ ଶୀର୍ଷ ସ୍ଥାନେ
ସମ୍ମାନ ସହିତ ଶାନ୍ତି
ସବୁରି ହୃଦରେ ରହି ଯାଏ ଛାପ
ବ୍ୟକ୍ତିତ୍ୱର ରୀତି ନୀତି
” ମହଜନୋ ଯେନ ଗତଃ ସ ପନ୍ଥା” ର
ପ୍ରବାଦ ର ଧାରେ ଧାରେ
ସାଧୁ ଜନ ଆଚାର ହିଁ ସଦାଚାର
ଭାବ ମଣିଷ ମନରେ
ସଦାଚାର ଭାବ ସବୁରି ଆଦର
ସତେ ଫୁଲର ସୁବାସ
ମହକି ଉଠଇ ଜନ ମାନସରେ
ସହଜେ ମିଳେ ଆଭାସ
ଉଦାର ଭାବନା ସ୍ୱଚ୍ଛ ବିଚାରରେ
ମନ ସଦା ନିର୍ବିକାର
ସତ୍ୟ ଧର୍ମ କ୍ଷମା ଶାନ୍ତ ନମ୍ର ଗୁଣେ
ଆପେ ଜାତ ସଦାଚାର
ପିତାମାତା ଗୁରୁଜନଙ୍କ ବଚନ
ମାନି ଅକ୍ଷରେ ଅକ୍ଷରେ
ଘରେ ହିଁ ଚରିତ୍ର ଗଠନ ସମ୍ପ୍ରତି
ମୂଳଦୁଆ ଆକାରରେ
ପିତାମାତା ପୁଣି ଜ୍ଞାନ ଦାତା ଗୁରୁ
ଆଜ୍ଞା ପାଳନ ସହିତ
ମଧୁର ବିନୟ ବଚନ ସ୍ୱଭାବେ
ଜୀବନରେ ହେଉ ବ୍ରତ
ପ୍ରବାଦ ରେ ଆଚାରେ ବସତି ଲକ୍ଷ୍ମୀ
ପୁଣି ବିଚାରେ ପଣ୍ଡିତ
ସଦାଚାର ଧାରା ରହୁ ହୃଦୟରେ
ହେଉ ସଂପୂର୍ଣ୍ଣ ପ୍ଲାବିତ