Sahityapedia
Sign in
Home
Search
Dashboard
Notifications
Settings
2 May 2024 · 3 min read

ଆତ୍ମ ଦର୍ଶନ

ଶରୀର ରୂପକ ମନ୍ଦିର ଭିତରେ

ଅବିନାଶୀ ଆତ୍ମା ବିଜେ

ଇନ୍ଦ୍ରିୟ ଗଣଙ୍କ କାର୍ଯ୍ୟ କଳାପର

ନୀରବ ଦ୍ରଷ୍ଟା ସହଜେ

ଇନ୍ଦ୍ରିୟ ଲାଳସା ବଶବର୍ତ୍ତୀ ସହ

ମନର ସୁଖ ଆଶାରେ

ମଣିଷ ନିଜକୁ ଭୁଲି ଯାଉଅଛି

କ୍ଷଣିକ ସୁଖ ଲାଭରେ

ବୁଝିବା ଶକତି ଥାଇ ବି ଅବୁଝା

ମଣିଷ ଅଧର୍ମେ ଲିପ୍ତ

କୁକର୍ମ ପଥରେ ହୁଏ ବ୍ୟତିବ୍ୟସ୍ତ

କଷଣ ହୁଏ ପର୍ଯ୍ୟାପ୍ତ

ଇନ୍ଦ୍ରିୟ ଲାଳସା ଚରିତାର୍ଥ ବଳେ

ସର୍ବନାଶ ର କାରଣ

ଇନ୍ଦ୍ରିୟ ଲାଳସା ହୋଇଲେ ଦମନ

ଫଳପ୍ରଦ ଏ ଜୀବନ

ମୁଖ୍ୟ ପଞ୍ଚେନ୍ଦ୍ରିୟ ସହିତ ଶରୀର

ସଦା ରହିଛି ଜଡ଼ିତ

ମନର ଭାବନା ଇନ୍ଦ୍ରିୟ ସହିତ

ଅଙ୍ଗାଙ୍ଗୀ ଭାବେ ଜଡ଼ିତ

ଚକ୍ଷୁ ନାସିକା କର୍ଣ୍ଣ ଚର୍ମ ଓ ଜିହ୍ୱା

ପଞ୍ଚ ଇନ୍ଦ୍ରିୟ ନାମରେ

ନିଜ ନିଜ ଅଭିଳାଷ ପୂର୍ଣ୍ଣ ପାଇଁ

ଭାବ ଜଗାନ୍ତି ମନରେ

ଇନ୍ଦ୍ରିୟ ସୁଖରେ ଯଦି ଲାଳାୟିତ

ହୁଏ ମନ ଓ ଶରୀର

କାମ କ୍ରୋଧ ମୋହ ମାୟା କବଳରେ

ସହଜେ ହୁଏ ଶିକାର

ଭୁଲି ଯାଇ ଧର୍ମ ହିତାହିତ ଜ୍ଞାନ

ଇନ୍ଦ୍ରିୟ ସୁଖରେ ମାତି

କାମନା ଲାଳସା ପିପାସା ସହିତ

ମନରେ ଉତ୍କଣ୍ଠା ନିତି

ଇନ୍ଦ୍ରିୟ ର ବଶୀଭୂତ ହେଲାପରେ

ବିଷୟା ରସରେ ମାତି

ସର୍ବନାଶ ଦ୍ଵାର ଦେଶେ ଉପନୀତ

ନିଜର ସ୍ଥିତି ସମ୍ପ୍ରତି ।

ଜନ୍ମରୁ ମଣିଷ ଇନ୍ଦ୍ରିୟ ସହିତ

ସ୍ବଭାବତଃ ପରିଚିତ

କ୍ରମେ ବୁଦ୍ଧି ଜ୍ଞାନ ଅଧ୍ୟୟନ ବଳେ

ଆତ୍ମା ବିଷୟେ ପ୍ରତୀତ

ଶରୀର ଭିତରେ ଆତ୍ମାର ରହସ୍ୟ

ଇନ୍ଦ୍ରିୟ ସହ ଜଡ଼ିତ

ଇନ୍ଦ୍ରିୟ ସଞ୍ଜତ ଅବା ନିୟନ୍ତ୍ରିତ

ବଳେ ଆତ୍ମା ପ୍ରକଟିତ

ଆତ୍ମା ଜ୍ୟୋତି ରୂପେ ପ୍ରଜ୍ଜ୍ଵଳିତ

ଶରୀର ରୂପୀ ମନ୍ଦିରେ

ପ୍ରସ୍ପୁଟିତ ପୁଷ୍ପ ସମ ସତେଜତା

ପରମାତ୍ମାଙ୍କ ସ୍ପର୍ଶରେ

ଆତ୍ମାର ଜାଗ୍ରତ ଅବା ପ୍ରକଟିତ

ଇନ୍ଦ୍ରିୟ ସୁଖ ତ୍ୟାଗ ରେ

ଇନ୍ଦ୍ରିୟ ଦମନ ଅବା ନିୟନ୍ତ୍ରଣେ

ପଥ ଆତ୍ମା ସନ୍ଧାନରେ

ଅବିନାଶୀ ଆତ୍ମା ନୁହଁଇ ଜଡ଼ିତ

ଜଡ଼ ଉପାଦାନ ମୂଳେ

ସକଳ ଚେତନା ସମାପ୍ତି ଘଟଇ

ଶରୀର ନଷ୍ଟତା ବେଳେ

ପାର୍ଥିବ ଶରୀର ଆତ୍ମା ବିନା ମୃତ

ଶରୀର ରୁ ଆତ୍ମା ଭିନ୍ନ

ଆତ୍ମାର ବିହୁନେ ଶରୀର ନିର୍ଜୀବ

ଇନ୍ଦ୍ରିୟ ହୁଏ ବିଲୀନ

କାମନା ବାସନା ଇନ୍ଦ୍ରିୟ ଲାଳସା

ବାହ୍ୟ ରୂପୀ ଅଳଙ୍କାର

ବିଶୁଦ୍ଧ ସୁବର୍ଣ୍ଣ ସମାନ ସେ’ ଆତ୍ମା

ଗର୍ଭ ଗୃହ ଅଳଙ୍କାର

ଇନ୍ଦ୍ରିୟ ର ବଶ ବଳେ ସର୍ବନାଶ

ସଚେତନତା ର ବାର୍ତ୍ତା

ପଞ୍ଚ ଇନ୍ଦ୍ରିୟ କୁ ବଶୀଭୂତ ସହ

ଆତ୍ମା ଲଭୁ ସାର୍ଥକତା ।

ମଣିଷର ହୃଦେ ଦେଖି ଦିବ୍ୟ ଜ୍ଞାନ

ଆନନ୍ଦେ ସ୍ଵୟଂ ବିଧାତା

ସନ୍ତୋଷ ଚିତ୍ତରେ କରିଲେ ଘୋଷଣା

ଶ୍ରେଷ୍ଠ ଜୀବର ମାନ୍ୟତା

ସାଂସାରିକ ସୁଖ ମାୟା ମୋହ ପ୍ରତି

ଆସକ୍ତି ନ ଥାଇ ତିଳେ

ସତ୍ୟ, ଉଚିତ ଓ ଅମୃତ ବଚନେ

ସାଧୁ ଭାବେ ଗଣା ବଳେ ।

ସାଧୁ ସଙ୍ଗ ଲଭି ଅସାଧୁ ବି ସାଧୁ

ଯେପରି ପରଶମଣି

ଲୁହା ମଧ୍ୟ ଉକ୍ତ ମଣି ସଂସ୍ପର୍ଶରେ

ଶୁଦ୍ଧ ସୁବର୍ଣ୍ଣ ସେ’କ୍ଷଣି ।

ପରିବେଶ ଓ ପରିସ୍ଥିତି ସଂସର୍ଗ

ବ୍ୟକ୍ତିତ୍ଵ କୁ ପ୍ରଭାବିତ

ଶୃଙ୍ଖଳିତ ହେଲେ ଜୀବନର ପଥ

ବ୍ୟକ୍ତିତ୍ଵ ସଦା ମହତ୍ତ୍ଵ ।

ଯିଏ ଆତ୍ମ ଦର୍ଶନ ସାଧନା ସହ

ଇନ୍ଦ୍ରିୟ ସୁଖ ବର୍ଜ୍ଜିତ

ସାଧୁ ଭାବେ ସେହି ସାଧୁଙ୍କ ସଂସ୍ପର୍ଶେ

ଜୀବନ ହୁଏ ଉନ୍ନତ ।

ସାଧୁ ସଙ୍ଗ ହିଁ ପ୍ରଥମ ଭକ୍ତି ଅର୍ଘ୍ୟ

ସାଧୁ ସେବା କରଣୀୟ

ସିଦ୍ଧ ସାଧୁ ଠାରୁ ଜ୍ଞାନ ପ୍ରାପ୍ତି ବଳେ

ଜୀବନ ମଙ୍ଗଳମୟ ।

ଅନ୍ତଃକରଣ ର ଶ୍ରେଷ୍ଠ ଭାବ ସଦା

ସାଧୁ ଭାବ ଭାବେ ଗଣା

ସଦଗୁଣ-ସଦାଚାର ଭାବ ବ୍ୟକ୍ତି

ସାଧୁ ରୂପେ ଜଣା ଶୁଣା ।

ବ୍ରହ୍ମତ୍ଵ ଲାଭର ବି ଶ୍ରେଷ୍ଠ ସୋପାନ

ପ୍ରଥମରେ ସାଧୁ ସଙ୍ଗ

ତୀର୍ଥ ଭ୍ରମଣର ଆବଶ୍ୟକ ନାହିଁ

ଯଦି ରହେ ସାଧୁ ସଙ୍ଗ ।

ଦୁର୍ଲ୍ଲଭ ମଣିଷ ଶ୍ରେଷ୍ଠ ଜୀବ ଭାବେ

ଜନ୍ମି ଏ ମର୍ତ୍ତ୍ୟ ଭୁବନ

ପ୍ରଭୁଙ୍କ ସାନିଧ୍ୟ ଲାଭ ହେବା ପାଇଁ

ସାଧୁ ସଙ୍ଗ ପ୍ରୟୋଜନ ।

ପ୍ରଭୁ ନାମ ଗୁଣ ଭଜନ କୀର୍ତ୍ତନ

ସୁଯୋଗ ଏହି ଜନ୍ମରେ

ସାଧୁ ସଙ୍ଗ ସଦ-ଜ୍ଞାନ ପ୍ରାପ୍ତି ବଳେ

ସମ୍ଭବ ହେବ ଅଚିରେ ।

ସଂସାର ଭିତରେ ରହି ସତ୍ୟ ପଥ

ସଦା ହେଉ ଚଲା ପଥ

ପ୍ରଭୁ ନାମ ନିତ୍ୟ ଭଜନ କୀର୍ତ୍ତନେ

ସାଧୁ ସଙ୍ଗ ହୃଦ ଗତ ।

ବେଦ ଜ୍ଞାନ ଅବା ସାଧୁ ସଙ୍ଗ ବିନା

ଶ୍ରୀକୃଷ୍ଣ ଭାବରେ ମଜ୍ଜି

ଗୋପ ଗୋପାଙ୍ଗନା ପୁଣି ମୀରା ବାଇ

ମୁକ୍ତି ପ୍ରାପ୍ତି କୃଷ୍ଣ ଭଜି ।

ଯୋଗେଶ୍ୱର ଶ୍ରେଷ୍ଠ ସାଧୁ ସଙ୍ଗେ ଭାବ

ମନରେ ହେଉ ଚିନ୍ତନ

ଅନ୍ୟ ସାଧୁ ସଙ୍ଗ ନାହିଁ ପ୍ରୟୋଜନ

ସାଧୁ ଶ୍ରେଷ୍ଠ ନାରାୟଣ ।

ସଞ୍ଜମ ଆଚରଣ ବିନା ଦୁର୍ଗତି

ପରିଣତି ସର୍ବନାଶ

ମଣିଷ ଜୀବନ ଅଧୋଗତି ପ୍ରାୟ

କାମନା ରୁ ହିଁ ବିନାଶ

ଭଣ୍ଡ ସାଧୁ ଗଣ ମାଳ ମାଳ ଏଠି

ସ୍ଵଘୋଷିତ ସିଦ୍ଧ ସାଧୁ

ଜଟା ଦାଢ଼ି ବେଶ ଆଢ଼ୁଆଳେ ଲୁଚି

ରହିଛି ଭାବ ଅସାଧୁ ।

ନିଜକୁ ନିଜେ ଗଢ଼ି ତୋଳିବାକୁ ହେବ

ସାଧୁ ସମ ରୀତି ନୀତି

ସତ୍ୟ ଧର୍ମ ପରୋପକାର ଓ ସେବା

ବଳେ ସାଧୁ ପଦ ପ୍ରାପ୍ତି ।

ପବିତ୍ର ବଳୟ ଭିତରେ ହୃଦୟ

ସଦା ହେଲେ ନିୟୋଜନ

ଆତ୍ମା-ସାଧୁ ନିଜ ହୃଦୟ ଭିତରେ

ଆପେ ପ୍ରାପ୍ତି ବ୍ରହ୍ମ ଜ୍ଞାନ ।

Language: Odia
1 Like · 210 Views
📢 Stay Updated with Sahityapedia!
Join our official announcements group on WhatsApp to receive all the major updates from Sahityapedia directly on your phone.

You may also like these posts

रास्ते का फूल ना बन पाई तो..
रास्ते का फूल ना बन पाई तो..
Priya Maithil
न पाने का गम अक्सर होता है
न पाने का गम अक्सर होता है
Kushal Patel
ऋतुराज
ऋतुराज
हिमांशु बडोनी (दयानिधि)
बात कोई ऐसी भी कह दो ।
बात कोई ऐसी भी कह दो ।
Deepak Baweja
आदमखोर
आदमखोर
*प्रणय प्रभात*
भरी रंग से जिंदगी, कह होली त्योहार।
भरी रंग से जिंदगी, कह होली त्योहार।
Suryakant Dwivedi
"चारों तरफ अश्लीलता फैली हुई है ll
पूर्वार्थ
बिना चले गन्तव्य को,
बिना चले गन्तव्य को,
sushil sarna
आज गज़ल को दुल्हन बनाऊंगा
आज गज़ल को दुल्हन बनाऊंगा
डॉ. शशांक शर्मा "रईस"
कविता
कविता
Neelam Sharma
सर्द हवाओं का मौसम
सर्द हवाओं का मौसम
सुशील मिश्रा ' क्षितिज राज '
अतीत के पन्ने (कविता)
अतीत के पन्ने (कविता)
Monika Yadav (Rachina)
उड़ने दे मुझे
उड़ने दे मुझे
सोनू हंस
क्या होता है क़ाफ़िया ,कहते किसे रदीफ़.
क्या होता है क़ाफ़िया ,कहते किसे रदीफ़.
RAMESH SHARMA
"कलम"
Dr. Kishan tandon kranti
गणेश वंदना
गणेश वंदना
Sushil Pandey
कुछ बीते हुए पल -बीते हुए लोग जब कुछ बीती बातें
कुछ बीते हुए पल -बीते हुए लोग जब कुछ बीती बातें
Atul "Krishn"
जो चाहा वो मिल न सका ,
जो चाहा वो मिल न सका ,
अश्विनी (विप्र)
वो
वो
हिमांशु Kulshrestha
जैन मुनि है महावीर स्वामी भगवान हो
जैन मुनि है महावीर स्वामी भगवान हो
Buddha Prakash
वीर भगत सिंह
वीर भगत सिंह
आलोक पांडेय
प्रेम.... मन
प्रेम.... मन
Neeraj Kumar Agarwal
296क़.*पूर्णिका*
296क़.*पूर्णिका*
Dr.Khedu Bharti
गंगा
गंगा
Madhuri mahakash
National Symbols of India
National Symbols of India
VINOD CHAUHAN
आगे बढ़ निरंतर
आगे बढ़ निरंतर
Chitra Bisht
मालूम है तुमको यह
मालूम है तुमको यह
gurudeenverma198
🛕: हे मानव!! क्यों परेशान होता है?
🛕: हे मानव!! क्यों परेशान होता है?
उषा श्रीवास वत्स
हमारी  मूल  भाषा  है,  हमें  पढ़ना   सिखाती  है,
हमारी मूल भाषा है, हमें पढ़ना सिखाती है,
Abhishek Shrivastava "Shivaji"
जिनके चेहरे की चमक के लिए,
जिनके चेहरे की चमक के लिए,
श्याम सांवरा
Loading...