Sahityapedia
Login Create Account
Home
Search
Dashboard
Notifications
Settings
2 May 2024 · 2 min read

ଅହଙ୍କାର

ମଣିଷ ମନର ଅହଂ ଭାବନାରେ

ଆତ୍ମ ଗର୍ବ ଅତିଶୟ

ଇତିହାସ ତଥା ପୁରାଣ ପୃଷ୍ଠାରେ

ସ୍ପଷ୍ଟ ଚିତ୍ର ଅନୁମେୟ ।

ଅହଙ୍କାର ଅହଂକାରୀ ଅହଂ-ଭାବ

ପ୍ରବାଦ ର ତନାଘନା

ପ୍ରାୟତଃ ପୌରାଣିକ ଚରିତ୍ର ର

ସହଜେ ଅବତାରଣା ।

କଂସ ବଳୀ ରାବଣ ଓ ଦୁର୍ଯ୍ୟୋଧନ

ଅହଙ୍କାରେ ଅହଂକାରୀ

ଅହଙ୍କାର ପରିଣାମ ଭୟଙ୍କର

ପ୍ରତିଫଳ ସେହିପରି ।

ଜ୍ଞାନ ଗୁଣ ଧନ ଯଶ ବଳ କୀର୍ତ୍ତି

ଅହଙ୍କାର ବଳେ ନାଶ

ଯୁଗ ଯୁଗ ଧରି ରହିଛି ପ୍ରବାଦ

ଅହଙ୍କାର ଫଳ ନାଶ ।

ଏ ମଣିଷ ଅହଂ ଭାବନାରେ ବୁଡ଼ି

ନିଜକୁ ମଣେ ମହାନ

ନମ୍ରତା ଭାବନା ପ୍ରତି ବୀତସ୍ପୃହ

ଆତ୍ମ ଗର୍ବେ ବଳୀୟାନ ।

କ୍ରମେ ସମାଜ ଓ ଆତ୍ମୀୟ ସମ୍ପର୍କ

ଆପେ ହୁଏ ବାଧା ପ୍ରାପ୍ତ

ସ୍ବାର୍ଥ ବିଜଡ଼ିତ ମଧୁର ସମ୍ପର୍କ

ଅହମିକା ଦ୍ଵାରା ଧ୍ବସ୍ତ ।

ଅହଙ୍କାର ର ଲକ୍ଷଣ ସ୍ବଭାବତଃ

ସର୍ବ ଦୃଷ୍ଟି ଆକର୍ଷଣ

ସର୍ବଦା ଚର୍ଚ୍ଚାରେ ରହିବା ଚେଷ୍ଟାରେ

ଅହଂକାରୀ କରେ ପଣ ।

ସର୍ବଦା ସର୍ବତ୍ର ବିଜୟୀ ଭାବନା

ଉଦ୍ରେକ ଥାଇ ମନରେ

ନିରନ୍ତର ମଗ୍ନ ରହେ ପ୍ରୟାସରେ

ଶ୍ରେଷ୍ଠତା ପ୍ରାପ୍ତି ଆଶାରେ ।

ଅନ୍ୟ ସମ୍ମୁଖରେ ନିଜକୁ ଶ୍ରେଷ୍ଠତା

ଆସନେ ବିଜେ ସମ୍ପ୍ରତି

କଳେବଳେ କୌଶଳ ଅବଲମ୍ବନେ

ଉଦ୍ଦେଶ୍ୟ ଲକ୍ଷ୍ୟ ପ୍ରାପତି ।

ଯାହାକିଛି ଜ୍ଞାନ ଧନ ଯଶ ଗୁଣ

ମଣିଷ ହୋଇଛି ପ୍ରାପ୍ତ

ସବୁକିଛି ଈଶ୍ୱରଙ୍କ ବରଦାନ

ମଣିଷ ମାତ୍ର ନିମିତ୍ତ ।

ବୁଦ୍ଧି ବିବେକ ଜ୍ଞାନ ବଳେ ସହଜେ

ସବୁକିଛି କରାୟତ

କ୍ଷଣିକ ଜୀବନ ବିଷୟ ରେ ଜ୍ଞାତ

ଥାଇ ପୁଣି ଅହଂ ଜାତ ।

ଧନ ଜ୍ଞାନ ଯଶ କ୍ଷମତା ପ୍ରାପ୍ତିର

ଅହମିକା ଆଢ଼ୁଆଳେ

ନିଜ ପ୍ରତି ଅନ୍ୟ ଦୃଷ୍ଟି ଆକର୍ଷଣ

ଚିନ୍ତା ପ୍ରାୟ ସବୁବେଳେ ।

ସରଳତା ଆଉ ଅହଙ୍କାର ଭାବ

ଏକତ୍ର ନୁହେଁ ସମ୍ଭବ

ଅହଙ୍କାର ଭାବ ହେବ ନାହିଁ ଜାତ

ହୃଦେ ଯଦି ନମ୍ର ଭାବ ।

ସମ୍ପର୍କରେ ଫାଟ ଅହଙ୍କାର ପରେ

ଆପଣା ହୁଅଇ ପର

ବଳି ଦିଆ ଯାଏ ଭାବ ଓ ସମ୍ପର୍କ

ଭାବ ହେଲେ ଅହଙ୍କାର ।

ଦୂରେଇ ଯାଆନ୍ତି ସର୍ବେ ଅହଙ୍କାରେ

ଜୀବନ ଏକାକୀ ମାତ୍ର

ଅହଙ୍କାର ଭାବ ହଟିଲେ ମନରୁ

ସର୍ବେ ହୁଅନ୍ତି ଏକତ୍ର ।

ଜୀବନର ପ୍ରତି ଟି ପଦକ୍ଷେପରେ

ଉନ୍ନତି ହୁଏ ସାଧିତ

ଅହଙ୍କାର ମାନସିକତା ବିହୁନେ

ପ୍ରଗତି ବି ପରିବ୍ୟାପ୍ତ ।

ମାନସିକ ଶାନ୍ତି ଲୋପ ହୁଏ ଆପେ

ଅହଙ୍କାର ହେଲେ ଜାତ

କ୍ରମେ ହିଂସା ଈର୍ଷା ଜାତ ହୋଇ ମନ

ସଦା ରହେ ଅସ୍ତବ୍ୟସ୍ତ ।

ସମ୍ମାନର ଅଧିକାରୀ ପାଇଁ ଯୋଗ୍ୟ

ଯଦି ହୃଦୟ ବିନତ

ଅହଙ୍କାର ଭାବ ହୃଦୟେ ଭରିଲେ

ଉନ୍ନତି ରୁ ହେବ ନତ ।

ହୃଦୟରେ ଅନ୍ୟ ପ୍ରତି ପ୍ରେମ ଭାବ

ଯଦି ସଦା ଥାଏ ରହି

ହିଂସା ଈର୍ଷା ଅହଙ୍କାର ମନୋଭାବ

ଜାତ ସମ୍ଭବ ନୁହଇ ।

ଅନ୍ୟ ଠାରୁ ଶ୍ରେଷ୍ଠ ମଣିବା ଭାବନା

ଆଦୌ ହେବ ନାହିଁ ଜାତ

ପ୍ରେମ ଭାବ ଯଦି ହୃଦୟରେ ସଦା

ହେଉଥିବ ବିରାଜିତ ।

ନିଜର ଦକ୍ଷତା ଓ ଯୋଗ୍ୟତା ବଳେ

ଯଦି ଅନ୍ୟକୁ ସହାୟ

ସମ୍ପର୍କ ର ଭାବ ହୋଇବ ନିବିଡ

ସାକ୍ଷାତ ରେ ସୁଖମୟ ।

“ମୁଁ “ମୋର “ମୋ ଦ୍ଵାରା ” ଅଟେ ଅହଙ୍କାର

ଭାବନା ଯାଉ ଦୂରେଇ

“ଆମେ “ଆମର “ଆମ୍ଭ ଦ୍ଵାରା” ଭାବନା

ଅହଙ୍କାର ହେବ ନାହିଁ ।

Language: Odia
1 Like · 14 Views
📢 Stay Updated with Sahityapedia!
Join our official announcements group on WhatsApp to receive all the major updates from Sahityapedia directly on your phone.
You may also like:
मैं कविता लिखता हूँ तुम कविता बनाती हो
मैं कविता लिखता हूँ तुम कविता बनाती हो
Awadhesh Singh
दुनिया  की बातों में न उलझा  कीजिए,
दुनिया की बातों में न उलझा कीजिए,
करन ''केसरा''
डॉ अरूण कुमार शास्त्री एक  अबोध बालक 😂😂😂
डॉ अरूण कुमार शास्त्री एक अबोध बालक 😂😂😂
DR ARUN KUMAR SHASTRI
तुम भी तो आजकल हमको चाहते हो
तुम भी तो आजकल हमको चाहते हो
Madhuyanka Raj
रैन  स्वप्न  की  उर्वशी, मौन  प्रणय की प्यास ।
रैन स्वप्न की उर्वशी, मौन प्रणय की प्यास ।
sushil sarna
शुरुआत
शुरुआत
Er. Sanjay Shrivastava
Below the earth
Below the earth
Shweta Soni
शाम हो गई है अब हम क्या करें...
शाम हो गई है अब हम क्या करें...
राहुल रायकवार जज़्बाती
जल संरक्षण
जल संरक्षण
Preeti Karn
आत्मीयकरण-2 +रमेशराज
आत्मीयकरण-2 +रमेशराज
कवि रमेशराज
शारीरिक, मानसिक और आध्यात्मिक रूप से स्वस्थ्य
शारीरिक, मानसिक और आध्यात्मिक रूप से स्वस्थ्य
Dr.Rashmi Mishra
न मैंने अबतक बुद्धत्व प्राप्त किया है
न मैंने अबतक बुद्धत्व प्राप्त किया है
ruby kumari
!! कोई आप सा !!
!! कोई आप सा !!
Chunnu Lal Gupta
तेरी यादें
तेरी यादें
Neeraj Agarwal
मेरी मुस्कान भी, अब नागवार है लगे उनको,
मेरी मुस्कान भी, अब नागवार है लगे उनको,
नील पदम् Deepak Kumar Srivastava (दीपक )(Neel Padam)
2910.*पूर्णिका*
2910.*पूर्णिका*
Dr.Khedu Bharti
कभी कभी किसी व्यक्ति(( इंसान))से इतना लगाव हो जाता है
कभी कभी किसी व्यक्ति(( इंसान))से इतना लगाव हो जाता है
Rituraj shivem verma
■ आज की मांग
■ आज की मांग
*Author प्रणय प्रभात*
उजियारी ऋतुओं में भरती
उजियारी ऋतुओं में भरती
Rashmi Sanjay
*बारिश आई (बाल कविता)*
*बारिश आई (बाल कविता)*
Ravi Prakash
दुख में भी मुस्कुराएंगे, विपदा दूर भगाएंगे।
दुख में भी मुस्कुराएंगे, विपदा दूर भगाएंगे।
डॉ.सीमा अग्रवाल
तज द्वेष
तज द्वेष
Neelam Sharma
बेकसूरों को ही, क्यों मिलती सजा है
बेकसूरों को ही, क्यों मिलती सजा है
gurudeenverma198
वक्त यूं बीत रहा
वक्त यूं बीत रहा
$úDhÁ MãÚ₹Yá
राजकुमारी
राजकुमारी
Johnny Ahmed 'क़ैस'
★गहने ★
★गहने ★
★ IPS KAMAL THAKUR ★
कैसै कह दूं
कैसै कह दूं
Dr fauzia Naseem shad
वास्तविकता से परिचित करा दी गई है
वास्तविकता से परिचित करा दी गई है
Keshav kishor Kumar
किसी की गलती देखकर तुम शोर ना करो
किसी की गलती देखकर तुम शोर ना करो
कवि दीपक बवेजा
सब छोड़ कर चले गए हमें दरकिनार कर के यहां
सब छोड़ कर चले गए हमें दरकिनार कर के यहां
VINOD CHAUHAN
Loading...