Sahityapedia
Sign in
Home
Search
Dashboard
Notifications
Settings
2 May 2024 · 5 min read

ଧରା ଜଳେ ନିଦାଘରେ

ଧରା ଜଳି ଗଲାପରେ ଜଳିଯାଏ
ଧରା ବକ୍ଷ ର ଗରିମା
ଜୀବନ ଥାଇ ବି ମରିବା ପରାୟ
ତନ ମନ ହୃଦ ଆତ୍ମା
ପରିବେଶ କଳୁଷିତ ଧାରେ ଧାରେ
ଜଳବାୟୁ ବି ସେପରି
ବର୍ଷା ଶୀତ କ୍ରମେ ପଛ ଘୁଞ୍ଚା ପ୍ରାୟ
ଖରା ମାତ୍ର ସର୍ବୋପରି
ଜୀବନ ସହିତ ସୂର୍ଯ୍ୟଙ୍କ କିରଣ
ପରୋକ୍ଷରେ ଶିକ୍ଷା ଦିଏ
ସକାଳର ରଶ୍ମି ପିଲାଦିନ ପରି
ନରମ ସ୍ୱଭାବ ଥାଏ
ଶକ୍ତିଶାଳୀ ଦିପହର ର କିରଣ
ଯୁବ ସୁଲଭ ଉଦ୍ଦାମ
ଅସ୍ତାଚଳ ସୂର୍ଯ୍ୟ ତୀବ୍ରତା ରେ ହ୍ରାସ
ବୃଦ୍ଧ ବୟସର ସମ
ସୁର୍ଯ୍ୟ ଅସ୍ତ ପରି ଜୀବନର ରଙ୍ଗ
ଆପେ ଯାଉଛି ବଦଳି
ବୃଦ୍ଧ ବୟସରେ ଦୁର୍ବଳ ଶରୀର
ମନେ ମନେ ହୁଏ ଭାଳି
ଗ୍ରୀଷ୍ମ ଦିପହର ଯୁବାବସ୍ଥା ପରା
ଉତ୍ତାପ ହେବା ନିଶ୍ଚିତ
ଉପଯୋଗ ହେଉ ଦିପହର ବେଳ
ସୁରକ୍ଷା ପ୍ରାଣ ସହିତ
ବଡ ଦାରୁଣ ଏ ପ୍ରଚଣ୍ଡ ନିଦାଘ
ଝାଞ୍ଜି ରେ ନିଆଁ ପବନ
ଶୁଖି ଯାଏ ପାଣି ଜଳାଶୟ ମଧ୍ୟେ
ମୃତ ପ୍ରାୟ ତରୁ ତୃଣ !!
ବରଗଛ ଛାଇ ଲାଗଇ ଶୀତଳ
ପଥଚାରୀ ମନ ଖୁସି
ସତେ କି ପଡ଼ଇ ବରଷା ର ଜଳ
ଗଛ ମୂଳେ ଥିଲେ ବସି
ଉଦୁଉଦିଆ ଖରାବେଳେ ପ୍ରାୟତଃ
ରାସ୍ତା ଘାଟ ଶୁନଶାନ୍
କୁହୁ କୁହୁ ସ୍ଵରେ କୋଇଲିର ଗୀତ
ମନ ହୁଅଇ ଉଚ୍ଛନ୍ନ
ଗଛ ଡ଼ାଳ ଅବା ପତ୍ର ଉହାଡରେ
ଲୁଚି ବସି ମିଠା ସ୍ଵରେ
କି ଗୀତ ଗାଉଛି ବୁଝି ହୁଏ ନାହିଁ
ମନ ଝୁମେ ସେ ଲୟ ରେ

ଖରାଦିନେ ଗାଆଁ-ଘର ଚାରି ପାଖେ
ମନ ଭୁଲା ପରିବେଶ
ଘର ପିଣ୍ଡା ଅବା ଗଛ ଛାଇ ତଳେ
ମେଳି ବାନ୍ଧି ସମାବେଶ
ଖରା ଦାଉ ଆଦୌ ହୁଏନି ସମ୍ଭାଳି
ରହିଲେ ଘର ଭିତରେ
ଖୋଲା ମେଲା ଜାଗା ଦେଖି ଏକତ୍ରିତ
ଅଗଣା ବା ବାରଣ୍ଡାରେ
ବୟସ୍କ ମାନଙ୍କ ମେଳ ଜମି ଉଠେ
ଛାଇ ଶୀତଳ ଜାଗାରେ
ଆମ୍ବ ତୋଟା ମଧ୍ୟେ ପିଲାଏ ଖେଳନ୍ତି
ପୁଣି ନଦୀ ପୋଖରୀରେ
ପଖାଳ ଭାତରେ ଆମ୍ବ କଷି ନସି
ସ୍ଵାଦ ସହ ସୁବାସ ରେ
ପେଟରେ ପଖାଳ ଝାଳ ଭିଜା ଦେହ
ଆଶ୍ବସ୍ତ ଲାଗେ ମନରେ
ମଧ୍ୟାହ୍ନ ସମୟେ ପ୍ରବଳ ଗରମ
ଆଦୌ ନ ଥାଏ ପବନ
ନିଃଶ୍ୱାସ ପ୍ରଶ୍ୱାସେ ଗରମ ପବନ
କଷ୍ଟ ହୃଦ ର ସ୍ପନ୍ଦନ
ନିଷ୍ଠୁର ନିଦାଘ ଜ୍ୱାଳାରେ ଅତିଷ୍ଠ
ଆବାଳ ବୃଦ୍ଧ ବନିତା
ଜ୍ଵାଳା-ମୟ ତାପ ବାୟୁ ମଣ୍ଡଳରେ
ମୃତ ପ୍ରାୟ ତରୁ ଲତା
ଝାଞ୍ଜି ପବନ ର ଧାରା ଧୀରେ ଧୀରେ
କ୍ରମେ ହୁଅଇ ପ୍ରଖର
ଅଙ୍ଗ ଅବୟବ ଉତ୍ତାପ ଦାଉ ରେ
ନିଷ୍କ୍ରିୟତା ସମ ସ୍ଥିର
ବର ଗଛ ଛାଇ ସବୁଠୁ ଶୀତଳ
ପଥ-ଶ୍ରାନ୍ତ ପଥିକ ର
ଆମ୍ବ ତୋଟା ଉହାଡରୁ ଭାସି ଆସେ
କୋଇଲିର ମିଠା ସ୍ୱର
ଖରାଦିନ ରାତ୍ରୀ ସବୁଠୁ ପସନ୍ଦ
ଘରର ଖୋଲା ଅଗଣା
ଶୋଇବା ଖୁସିରେ ଉତ୍ତାପ ପବନ
ପାର୍ଥକ୍ୟ ହୁଏନି ଜଣା
କୁନି କୁନି ଛୁଆ କୋଳେ ଧରି ମାଆ
ବିଞ୍ଛଣା ହଲାଏ ବସି
ବିଞ୍ଛଣା ନ ଥିଲେ ପଣତ କାନିରେ
ବିଞ୍ଚି ଦିଏ ହସି ହସି
ହାତ ଗଣତିରେ କେତୋଟି ଘରକୁ
ଥାଏ ବିଦ୍ୟୁତ ଯୋଗାଣ
ପ୍ରାୟ ଗାଁ ସାରା ରାତ୍ରୀ ସମୟରେ
ଗାଆଁ ଦାଣ୍ଡରେ ଆସ୍ଥାନ
ବୁଢ଼ା ବୁଢ଼ୀ ପାଶେ ପିଲାଙ୍କର ମେଳି
ଶୁଣିବାକୁ ମିଛ ଗପ
ନିଦରେ ପିଲାଏ ଶୋଇଗଲେ ସୁଦ୍ଧା
ଶୁଭୁ ଥାଏ କୁହା ଗପ
ହୁଏ କେତେ ପର୍ବ ପର୍ବାଣୀ ଆସର
ଲୋକ ନୃତ୍ୟ ଓ ସଙ୍ଗୀତ
ଖରା ଦିନେ ଗାଆଁ ଉତ୍ସବ ମୁଖର
ଖୋଲା ପଡ଼ିଆରେ ଯାତ
ଭାଇଚାରା ଭାବ ବିନିମୟ ସହ
ଗାଆଁ ଘର ପରିବେଶ
ଖରା ଦିନେ ପାଣି ଅଭାବର ଚିତ୍ର
ଗାଆଁ ରେ ହୁଅଇ ଦୃଶ୍ୟ
ପିଇବା ପାଣିର ଅଭାବ ସହଜେ
ହୋଇ ଥାଏ ଅନୁମେୟ
କୂଅ ପୋଖରୀରୁ ପାଣି ସଂଗୃହିତ
ନ ଥାଏ ଅନ୍ୟ ଉପାୟ
ପାଣିର ଅଭାବ ପ୍ରାୟ ଦେଖାଯାଏ
ଶୁଖିଯାଏ ଜଳାଶୟ
ମୁଣ୍ଡରେ ପଗଡ଼ି ବାନ୍ଧି ମାଛ ଧରା
ଭୁଲି ହୁଏ ଖରା ଭୟ
ଆମ୍ବ ତୋଟା ମଧ୍ୟେ ପିଲାଙ୍କ ଗହଳି
ଆମ୍ବ ତୋଳିବା ଆନନ୍ଦ
ଲୁଣ ଲଙ୍କା ସହ ମିଶାଇ ଖାଇଲେ
ଜିହ୍ୱା ପାଇଁ ଭଲ ସ୍ଵାଦ
ଗାଆଁ ବି ସହର ବାସେ ଆଜିକାଲି
ପୂର୍ବ ପରି ନାହିଁ ଗାଆଁ
ଗାଆଁ ଖୁସି ପ୍ରାୟ ଲୋପ ପାଉ ଅଛି
ସଭିଏଁ ସହର ମୁହାଁ
ଖରାଦିନ ପ୍ରାୟ ସବୁଠି ସମାନ
ହେଉ ଗାଆଁ ବା ସହର
ସବୁଠି ଜଙ୍ଗଲ ଧ୍ଵଂସ ହୋଇଅଛି
ଉତ୍ତାପ ହୁଏ ପ୍ରଖର ।

ସହରରେ ଖରା ଦିନ ନୁହେଁ ଭିନ୍ନ
ସବୁ ଦିନ ଖରା ଦିନ
କଂକ୍ରିଟ ଘେରରେ ବିତୁଛି ଜୀବନ
ଉତ୍ତପ୍ତ ପ୍ରାଣ ଓ ପଣ
କୃତ୍ରିମ ପାଣି ପବନ ଜଳବାୟୁ
ସହ ସହରୀ ଜୀବନ
ଅଭ୍ୟସ୍ତ ହୋଇଛି ହେଉଛି ପ୍ରତ୍ୟହ
ଖରାଦିନ ର ଭ୍ରମଣ
ଘରୁ ବାହାରିଲେ ଯାନ ଓ ବାହନ
ଖରା ବର୍ଷା ଅବା ଶୀତ ଦିନ
ଖରାର ପ୍ରକୋପ ଯେତେ ବେଶି ହେଉ
କାର୍ଯ୍ୟ ସାଧନେ ଭ୍ରମଣ
ସହରର ଖରାଦିନ ନୂଆ ନୁହେଁ
ବାର-ମାସେ ଖରା ଭାରି
ସତର୍କତା ଅବଲମ୍ବନ ସ୍ବରୂପ
ଜଳ ଛତ୍ର ସେହି ପରି
ଜଳ ଛତ୍ର ପାଣି କିଏ ପିଉ ଅଛି
ଜାଣିବା ଅନାବଶ୍ୟକ
ଜଳ ଛତ୍ର ଆୟୋଜନ କାରୀ ଚିତ୍ର
ଅତି ସ୍ପଷ୍ଟ ଓ ତିର୍ଯ୍ୟକ
ପାଣି ବିନା ଜଳ ଛତ୍ର ମାଳ ମାଳ
ସୁନ୍ଦର ତୋରଣ ସହ
ଲୋକ ଦେଖାଣିଆ ସେବା ମନୋବୃତ୍ତି
ସହରିଆ ମାୟା ମୋହ
ଥଣ୍ଡା ପ୍ରାୟ ଏକ ସାଙ୍କେତିକ ଶବ୍ଦ
ସହରରେ ଲୋକ ପ୍ରିୟ
ଗବେଷଣା ଜନିତ ଜ୍ଞାନ ଜଡ଼ିତ
ସହରିଆ ଙ୍କୁ ପ୍ରତ୍ୟୟ
ପାର୍କ ଓ କୃତ୍ରିମ ସମୁଦ୍ର କୁଳର
ଭ୍ରମ ଦୃଶ୍ୟ ସହର ରେ
ନୂଆ ପୀଢ଼ି ପାଇଁ ଖରା ଦିନ ପ୍ରିୟ
ବାହାନା ଖରା ଆଳରେ
ଦିନ ବେଳା ଆଇସ କ୍ରିମ ପାର୍ଲର
ବିୟର ବାର୍ ପସନ୍ଦ
ସନ୍ଧ୍ୟା ବେଳେ ଆନନ୍ଦ ହିଁ ଆନନ୍ଦ
ଖରା ଦିନିଆ ଆନନ୍ଦ
କେବଳ ମଧ୍ୟାହ୍ନ ସମୟ ଅଟକ
କର୍ମ କ୍ଷେତ୍ରେ ଅବା ଘରେ
ଅନ୍ୟ ମୁହୂର୍ତ୍ତକୁ ଭ୍ରୁକ୍ଷେପ ନ ଥାଏ
ତାପ ଉତ୍ତାପ ଆକାରେ
ମୁଣ୍ଡ ଫଟା ଖରା ହେଲେ ଅବା ହେଉ
ଘରୁ ବାହାରି ବାହାରେ
ଜୀବନ ସହିତ ଚାଲିଛି ସଙ୍ଘର୍ଷ
ପ୍ରତି କ୍ଷଣେ ସହରରେ
ବଜାରରେ ପ୍ରାୟ ସବୁ ଉପଲବ୍ଧ
ଛତା ଜୋତା ଆଉ ପାଣି
ବେଶି ହେଲେ ଓଦା ଗାମୁଛା ଜରୁରୀ
ଏତେ କିମ୍ପାଇ ଭାଳେଣି !!
ଅଂଶୁଘାତ ସହିତ କାଳବୈଶାଖୀ
ଡର ପ୍ରତି ମୁହୂର୍ତ୍ତରେ
ତଥାପି ଦିନ ସାରା ବ୍ୟସ୍ତତା ସହ
ବ୍ୟସ୍ତ ସର୍ବେ ସହରରେ
ବିଭିନ୍ନ ସୁସ୍ୱାଦୁ ପକ୍ବ ଫଳ ମିଳେ
ପ୍ରାୟ ହାତ ପାଅନ୍ତାରେ
ମନ ମଧ୍ୟେ ଖରା କଥାର ବିଚାର
ଫଳ ଦେଖି ଯାଏ ଦୂରେ
ଆମ୍ବ ତୋଟା ଆଉ କୋଇଲି ର କୁହୂ
ନକଲି ଯଦିଓ ହୁଏ
ସହରର ବ୍ୟସ୍ତ ଜୀବନ ଯାତ୍ରା ରୁ
ଅସଲି କୁ ଭୁଲି ହୁଏ

ଆଧୁନିକ ସଭ୍ୟତାର ଆଢ଼ୁଆଳେ
ଚାଳ ଘର ହୋଇ ଲୋପ
କଂକ୍ରିଟ ଘେର ଭିତରେ ହିଁ ଜୀବନ
ଘର ଭିତରେ ଉତ୍ତାପ
ନଡ଼ା ବାଉଁଶ ହିଁ ତାପ ନିରୋଧକ
ଖରା ଦିନେ ଉପକାରୀ
ବାହାର ର ଉତ୍ତାପ ନିୟନ୍ତ୍ରଣରେ
ହେଉଥିଲା କାର୍ଯ୍ୟକାରୀ
ଶୀତଦିନ କଥା ଆହୁରି ନିଆରା
ଘର ଭିତରେ ଉଷୁମ
ବାହାରେ ଯେତେ ବି ଥଣ୍ଡା ହେଉଥିଲେ
ଘର ଭିତର ଆରାମ
ଖରା ବର୍ଷା ଶୀତ, ତାପ ନିୟନ୍ତ୍ରକ
ଥିଲା ସେହି ଚାଳଘର
କାଠ ଜାଳି , ମାଟି ହାଣ୍ଡିରେ ରୋଷେଇ
ସ୍ବାସ୍ଥ୍ୟ ପାଇଁ ଉପକାର
କଂକ୍ରିଟ ଘର ପୁଣି କଂକ୍ରିଟ ରାସ୍ତା
କଂକ୍ରିଟ କରେ ରାଜୁତି
ନିଦାଘ କାଳରେ ସେହି କଂକ୍ରିଟ ର
ତାପ ବିଷମ ସମ୍ପ୍ରତ୍ତି
ଗ୍ରୀଷ୍ମ ଦିପହର ସମୟରେ ଝାଞ୍ଜି
ପବନରେ ସତେ ନିଆଁ
ଗରମ ଚାପୁଡ଼ା ମାଡ ହେଲା ପରି
ଉତ୍ତାପ ଯୋଗୁଁ ଛାନିଆ
ଗ୍ରୀଷ୍ମ ଦିନ ତାପ ମଧ୍ୟାହ୍ନ ସମୟେ
ଅସହ୍ୟ ହୁଏ ଧରାରେ
ଜୀବ ଜନ୍ତୁ ଗଛ ଲତା ତରୁ ତୃଣ
ବ୍ୟାକୁଳତା ହୃଦୟରେ

ଓଡ଼ିଆ ଘରର ଖରା ଦିନ ଖାଦ୍ୟ
ବାସି ବା ସଜ ପଖାଳ
କଷି ଆମ୍ବ ନସି ମିଶିଗଲା ପରେ
ପାଟିରୁ ବାହାରେ ଲାଳ
ସାରା ପରିବେଶ ଉତ୍ତପ୍ତ ବଳୟେ
ପେଟରେ ପଖାଳ ପାଣି
ଆଶ୍ବସ୍ତ ଲାଗଇ କେତେ ପରିମାଣେ
ସେ କଥା କହି ହେବନି!
ସତର୍କତା ସହ ଚଳିବାକୁ ହୁଏ
ଖରାଦିନ ଦିପହରେ
ଅଂଶୁଘାତ ଭୟ ମନ ମଧ୍ୟେ ଜାତ
ଆଶ୍ରୟ ଘର ଭିତରେ
ସୁର୍ଯ୍ୟ ଉଦୟ ହେବା ଠାରୁ ତାତି
କ୍ରମେ ମଧ୍ୟାହ୍ନ ରେ ବେଶି
ଅସହାୟ ଲାଗେ ଉତ୍ତପ୍ତ ଝାଞ୍ଜି ରେ
ଭଲ ଲାଗେ ଦହି ଲସି
ଦିନ ମଜୁରିଆ ଅସହାୟ ନିଜେ
ଦିପହରେ ଛାଇ ଖୋଜେ
ଖରା ବର୍ଷା ଶୀତ ତା’ ପାଇଁ ସମାନ
ବିଚରା ଦୁଃଖୀ ସହଜେ ।

କେତେ କିସମର ସୁସ୍ୱାଦୁ ଫଳରେ
ମନ ସିନା ବୁଝି ଯାଏ
ଶରୀର ରୁ ଝାଳ ନିର୍ଗତ ପ୍ରବଳ
ପରାଣ ବିକଳ ହୁଏ
ଖରା ମାସ,ଯେତେ ପିଇଲେ ବି ଶୋଷ
ଫୁଟାଇ ପିଇବା ଛାଣି
ସବୁଠୁ ସୁଆଦ ପଖାଳ ଖାଇଲେ
ପିଇଲେ ଖଟା ତୋରାଣି
ଯେତେ ଯାହା ଖାଇ ପାଣି ପାଶେ ମନ
ଖରାଦିନେ ସବୁ ବେଳେ
ପାଣି ହିତକାରୀ,ପାଣି ହିଁ ଜୀବନ
ଏହି ଶିକ୍ଷା ମିଳେ ବଳେ ।

ଉତ୍ତପ୍ତ ଧରଣୀ ପାଇଁ ଆମେ ଦାୟୀ
ଜଙ୍ଗଲ ସଫା ହୋଇଛି
ପାହାଡ ଫଟାଇ କଂକ୍ରିଟ ଭିତରେ
ଆମ ଜୀବନ ବିତୁଛି
ପୁଣି ରାଜ ରାସ୍ତା ତିଆରି ହେଉଛି
କଂକ୍ରିଟ ର ରୂପ ଦେଇ
କଳକାରଖାନା ଦୂଷିତ ଧୁଆଁ ରେ
ବାୟୁ ଦୂଷିତ ହୁଅଇ
ମାଟି ପାଣି ବାୟୁ ନଦୀ ଓ ସମୁଦ୍ର
ପରିବେଶ ଆଜି ନଷ୍ଟ
ଉତ୍ତାପ ବହନ କରିବା କ୍ଷମତା
ଧରଣୀ ମାତାର ନଷ୍ଟ
ପ୍ରଚଣ୍ଡ ନିଦାଘ ଦାଉ ସାଧି ପରା
ନିହାତି କରୁଛି ଖେଳ
ତ୍ରାହି ତ୍ରାହି ଡାକ ଶୁଭୁଛି ଧରାରେ
ପ୍ରାଣୀ କୁଳ ଅସମ୍ଭାଳ
ପ୍ରାକୃତିକ ପରିବେଶ ସ୍ଥଳେ ଯଦି
ନିଦାଘ ଦାଉ ଅସହ୍ୟ
ପ୍ରଦୂଷଣ ଭରା ସହର ଅଞ୍ଚଳ
କିପରି କରିବ ସହ୍ୟ !!

Language: Odia
1 Like · 223 Views
📢 Stay Updated with Sahityapedia!
Join our official announcements group on WhatsApp to receive all the major updates from Sahityapedia directly on your phone.

You may also like these posts

"जरा सुनो तो"
Dr. Kishan tandon kranti
घर की सब दीवार
घर की सब दीवार
RAMESH SHARMA
*बसंत*
*बसंत*
Shashank Mishra
#व्यंग्य-
#व्यंग्य-
*प्रणय प्रभात*
हमसाया
हमसाया
Dr.Archannaa Mishraa
सुख धाम
सुख धाम
Rambali Mishra
शब्द सुनता हूं मगर मन को कोई भाता नहीं है।
शब्द सुनता हूं मगर मन को कोई भाता नहीं है।
Prabhu Nath Chaturvedi "कश्यप"
नज़्म
नज़्म
डॉ. शशांक शर्मा "रईस"
जब समय फंदा कसेगा,भूमि में पहिया धँसेगा
जब समय फंदा कसेगा,भूमि में पहिया धँसेगा
पूर्वार्थ
कविता क्या होती है...?
कविता क्या होती है...?
Rajdeep Singh Inda
हरियाली
हरियाली
मिथलेश सिंह"मिलिंद"
हम जो कहेंगे-सच कहेंगे
हम जो कहेंगे-सच कहेंगे
Shekhar Chandra Mitra
भरोसा
भरोसा
krupa Kadam
नित्य रहो़ं रत साधना, त्याग सभी संताप।
नित्य रहो़ं रत साधना, त्याग सभी संताप।
संजय निराला
जो हमारा है वो प्यारा है।
जो हमारा है वो प्यारा है।
Rj Anand Prajapati
वीणा-पाणि वंदना
वीणा-पाणि वंदना
राधेश्याम "रागी"
फलक  पे   देखो  रौशनी  है
फलक पे देखो रौशनी है
Jyoti Shrivastava(ज्योटी श्रीवास्तव)
क़यामत ही आई वो आकर मिला है
क़यामत ही आई वो आकर मिला है
Shweta Soni
એકલા જીવું આજે અઘરું લાગે સે
એકલા જીવું આજે અઘરું લાગે સે
Iamalpu9492
*परिवार: नौ दोहे*
*परिवार: नौ दोहे*
Ravi Prakash
मैं प्रयास कर रहा हूं ! धीरे धीरे ही सही पर आगे बढ़ रहा हूं
मैं प्रयास कर रहा हूं ! धीरे धीरे ही सही पर आगे बढ़ रहा हूं
पूर्वार्थ देव
महफूज आलम की स्कूली शिक्षा
महफूज आलम की स्कूली शिक्षा
Babiya khatoon
नयी कविता
नयी कविता
प्रदीप कुमार गुप्ता
भगदड़ कैसी है मची, फूटे कई कपाल।
भगदड़ कैसी है मची, फूटे कई कपाल।
Arvind trivedi
गरीबों की जिंदगी
गरीबों की जिंदगी
Dinesh Yadav (दिनेश यादव)
"YOU ARE GOOD" से शुरू हुई मोहब्बत "YOU
nagarsumit326
आज की नारी
आज की नारी
Shriyansh Gupta
माना इंसान अज्ञानता में ग़लती करता है,
माना इंसान अज्ञानता में ग़लती करता है,
Ajit Kumar "Karn"
वक्त तुम्हारा साथ न दे तो पीछे कदम हटाना ना
वक्त तुम्हारा साथ न दे तो पीछे कदम हटाना ना
VINOD CHAUHAN
नया दिन
नया दिन
Vandna Thakur
Loading...