· Reading time: 1 minute

ମୁଖା

ଡାଳରେ ଲାଖିଥିବା ଛିଣ୍ଡା ଗୁଡିପରି
ଆମ ଜୀବ ନଅଟକିଯାଇଛି
ଅଧାରାସ୍ତାରେ,
ଚାଲ..
ଆଉ ଗୋଟେ ନୂଆ ଗୁଡି ତିଆରିବା
ଗୁଡି ହୋଇ ଉଡ଼ିବା l
ଦେଖ, ଏବେ ଆକାଶୀ ଯାଉଚେ ଆମେ..
ଆମଠୁ କେତେ ପଛରେ
ପୁରୁଣା ସେପାପ,
ମେଞ୍ଚା ମେଞ୍ଚା ଛଳନା
କେତେ ମୁଖାପିନ୍ଧା ପରିଚୟ l
ଜାଣିଛ ନା..
ମୁଁ ତ ଥିଲି ଗୋଟେ ସ୍ରୋତସ୍ଵିନୀ ନଇ
ନୀଳ ସମୁଦ୍ରର ପ୍ରତାରଣା ଏବେ ଆଉ ମନେନାହିଁ
ମନେ ବି ରଖିବାକୁ ଚାହୁଁନି
ସେ ଦୁଃଖର ଇତିହାସ
ଛାୟା ଶୀତଳ କାହା କାମନାର ମଧୁବାସ l
ମୁଁ ତ ତଳେଇ ଯିବିନି ଆଉ
ତଳ ଅତଳ ପ୍ରତାରଣାର ନୀଳହ୍ରଦ
ଇଚ୍ଛା ନାହିଁ ଜଳିବାକୁ ନୀଳ ନିଆଁ ଧାସରେ l
ଦେଖ…
ଏବେ ମୁଁ ମେଘ କୁ ଛୁଉଁଛି
ପାହାଡ଼ ଚୂଡାରେ
ତୁମ ହୃଦୟ ଛୁଉଁଛି ପ୍ରୀତି ପାପୁଲିରେ
କାହା ଆଖିକୁ ମୋ ଭୟନାହିଁ
କି କାହା ଲୋଭ ପାଏନାହିଁ
କାହା ଶୋଷ ଶୋଷିନିଏ ନାହିଁ l
ଏଠି ସବୁ ନାହିଁ ନାହିଁ ମଝିରେ
ମୁଁ ଅଛି ତମେଅଛ
ଆଉ ଅଛି ଆମ ପ୍ରେମର ନୀଳ ଆକାଶ.

Rabindra Kumar Biswal,
Mobile- 9937132233

2 Likes · 1 Comment · 10 Views
Like

Enjoy all the features of Sahityapedia on the latest Android app.

Install App
Loading...