· Reading time: 2 minutes

ମିଶ୍ରବାବୁଙ୍କ ଅଣ୍ଡା

ମିଶ୍ରବାବୁ ଟିକେ ଆମିଷ ପ୍ରିୟ ମଣିଷ,ହେଲେ କାର୍ତ୍ତିକ ମାସ ଯୋଗୁଁ ଦୀର୍ଘ ମାସେ ହେଲା ପାଟିରେ ଆମିଷ ଝୋଳ ଟିକେ ବାଜି ନ ଥିଲା, ଯେତେ ଇଚ୍ଛାଥିଲେ କଣ ହେବ ପତ୍ନୀ ରତ୍ନମଣି ଦେବୀଙ୍କ ତାଗିତ ଆଉ ନାଲିଆଖି ଘରେ ଆମିଷ ହେବନି ମାନେ ହେବନି,
ସେ ଯାହାବି ହେଉ ଜେନତେନ ପ୍ରକାରେ ମାସଟା କଟିଗଲା ।
ଗତ ରବିବାର ଦିନ ମିଶ୍ରବାବୁ ଆମିଷ ବଜାରକୁ ଯାଇଥିଲେ ମାଂସ ଟିକେ ଆଣିବାକୁ, ହେଲେ ମାଂସ ଦୋକାନରେ ଭିଡ଼ ଦେଖି ଠିଆ ହେଇ ଫେରିଲେ ସିନା ତାଙ୍କ ନମ୍ବର ଆସିଲାନି, ଶେଷରେ ପୋହଳା ମାଛ ନେଇ ଘରକୁ ଫେରିଲେ, ମାଛ କଥା ଶୁଣି ରତ୍ନମଣି ଦେବୀ ମିଶ୍ରବାବୁଙ୍କ ଚଉଦ ପୁରୁଷ ଓଗାଳିଦେଲେ, ଶେଷରେ ଗରଗର ହେଇ ପୋହଳା ମାଛ ତରକାରୀ ହେଲା, କିନ୍ତୁ ଖାଇ ବସିଲା ବେଳକୁ ପୁଣି ରତ୍ନମଣି ଦେବୀଙ୍କ ବିଭିନ୍ନ ପ୍ରକାର ପ୍ରବଚନରେ ଦୁଇ ପ୍ରହର ଖାଇବା ଟି ଶାନ୍ତିରେ ହେଇ ପାରିଲାନି, କାନମୁଣ୍ଡ ଆଉଁସି ଚୁପକିନା ଖାଇକି ଉଠିଲେ ।
ଏବେ କିନ୍ତୁ ଗତ ବୁଧବାର ଠାରୁ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ଖବର ଟିଭିରେ ଦେଖି ଦେଖି ଶୁଣି ଶୁଣି ମିଶ୍ରବାବୁଙ୍କ ଅଣ୍ଡାଭିଖାଇବା ପାଇଁ ଭାରି ଇଚ୍ଛାଟା ପ୍ରବଳ ମାତ୍ରାରେ ବଢିଯାଇଛି ଦୁଇଦିନ ହେଲା, ଆଜି ରବିବାର ତେଣୁ ମିଶ୍ରବାବୁ ବଜାର ଯାଇ ଅଣ୍ଡା ଡଜନେଟେ ନେଇ ଆସିଲେ, ଆଉ ଘରକୁ ଆସି ରତ୍ନମଣି ଦେବୀଙ୍କୁ କହିଲେ ଅଣ୍ଡା ଝୋଳ ଟିକେ କର ଆଜି ଅଣ୍ଡା ଝୋଳ ଖାଇବାକୁ ଭାରି ଇଛା ହେଉଛି, ରତ୍ନମଣି ଦେବୀ ଗାରେଡେଇ ଚାହିଁ ହୁଁ କହି ରୋଷେଇ ଘରକୁ ପଶିଗଲେ, ମିଶ୍ରବାବୁ ବି ଖୁସି ଥାନ୍ତି ସେପଟେ ଟିଭିରେ ଅଣ୍ଡା ଉପରେ ବାରମ୍ବାର ତର୍କ ବିତର୍କ ଆଉ ନିଜର ଖାଇବାର ପ୍ରବଳ ଇଚ୍ଛାକୁ ନେଇ ।
ତାପରେ ଚଷମା ଟିକୁ ଆଖିରେ ଲଗେଇ ଖବରକାଗଜ ଟିକୁ ତନ୍ନତନ୍ନ କରି ପଢ଼ିବାରେ ଲାଗିଥାନ୍ତି, ଏହି ସମୟରେ ମିଶ୍ରବାବୁଙ୍କ ଶାଳୀ ଆସି ପହଞ୍ଚିଗଲେ, ଶାଳୀଙ୍କ ମଲ୍ଲିଫୁଲିଆ ହସ ଆଉ ନମସ୍କାରରେ ମିଶ୍ରବାବୁ ବି ଗାର୍ଡେର୍ଣ୍ଣ ଗାର୍ଡେର୍ଣ୍ଣ ହେଇଗଲେ, କିଛି ସମୟ ଭାବର ଆଦାନ ପ୍ରଦାନ ପରେ ଶାଳୀ ମହାଶୟା ଘର ଭିତରକୁ ଗଲେ, ମିଶ୍ରବାବୁଙ୍କ ମନଟା ବି ବେଶ ହାଲୁକା ହେଇଗଲା ।
କିଛି ସମୟ ପରେ ଘରଣୀ ଖାଇବାକୁ ଡ଼ାକିଲେ, ଖାଇବା ଡାଇନିଂ ଟେବୁଲରେ ବସି ମୋବାଇଲ କେଞ୍ଚିବାରେ ଲାଗିଲେ, ଖାଇବା ବଢ଼ା ସରିଲା ପରେ ମିଶ୍ରବାବୁ, ସ୍ତ୍ରୀ ରତ୍ନମଣି ଦେବୀ ଆଉ ଶାଳୀ ହାରାମଣି ତିନିହେଁ ମିଶି ଖାଇବାରେ ଲାଗିଲେ, ମିଶ୍ରବାବୁ ଅଣ୍ଡା ଝୋଳ ହାପୁରି ହାପୁରି ଆତ୍ମ ସନ୍ତୋଷରେ ଖାଉଥାନ୍ତି, ଏପଟେ ଅଣ୍ଡା ତରକାରି ଦେଖି ଶାଳୀ କହିଲେ ସେପଟେ ବିଜେପିର ଅଣ୍ଡା ମାଡ଼ ରୁ ମାଗଣା ଅଣ୍ଡା ମିଳିଲାକି ଭାଇନା ? ରବିବାର ଟାରେ ମଟନ ନ ଆଣି ଏ ଶସ୍ତା ମାଗଣା ଅଣ୍ଡା ଆଣିଛ ଯେ, ଏକଥା ଶୁଣି ରତ୍ନମଣି ଦେବୀଙ୍କ ଅକଲ ଗୁଡୁମ ହେଇଗଲା ତାଙ୍କୁ ଆଉ ସମ୍ଭାଳେ କିଏ, ଛି ଛାକର,ବଡ଼ ବଡ଼ ଆଖିରେ ଅନେଇ ଗାଳି ବର୍ଷା କରି ଚାଲିଲେ, ମିଶ୍ରବାବୁ ଆଉ ଖାଉବେ କଣ ଖାଇବା ଛାଡ଼ି ଉଠି ହାତ ବି ଭଲସେ ନ ଧୋଇ ଘରୁ ବାହାରି ଯାଇଛନ୍ତି ଯେ ଏଯାଏଁ ଦେଖା ନାହିଁ ।

1 Like · 1 Comment · 27 Views
Like

Enjoy all the features of Sahityapedia on the latest Android app.

Install App
You may also like:
Loading...